ମୁମ୍ବାଇ: ଡ୍ରଗ୍ସ ମାମଲାରେ ଜଡ଼ିତ ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟଙ୍କ ପଦକ୍ଷେପ ସ୍ୱରୂପ ଆର୍ୟ୍ୟନଙ୍କୁ ଆଉ ପ୍ରତି ଶୁକ୍ରବାର ଏନସିବି ଅଫିସରେ ହାଜର ହେବାକୁ ପଡ଼ିବନି। କିନ୍ତୁ ଏହି ମାମଲାର ଯାଞ୍ଚ କରୁଥିବା ଏସଆଇଟି ଆର୍ୟ୍ୟନଙ୍କୁ ସମନ କଲେ ତାଙ୍କୁ ଦିଲ୍ଲୀରେ ହାଜର ହେବାକୁ ପଡ଼ିବ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଏଥିସହିତ ଆର୍ୟ୍ୟନ ମୁମ୍ବାଇ ଛାଡ଼ିବାକୁ ଚାହିଁଲେ ବାଧ୍ୟତାମୂଳକ ଭାବେ ତଦନ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ଜାମିନର ସର୍ତ୍ତ ଅନୁଯାୟୀ ଆର୍ୟ୍ୟନ ଖାନଙ୍କୁ ପ୍ରତି ଶୁକ୍ରବାର ସକାଳ ୧୧ଟାରୁ ୨ଟା ମଧ୍ୟରେ ଏନସିବି ଅଫିସରେ ହାଜର ହେବାକୁ ପଡ଼ୁଥିଲା। ଆଉ ଏହି ସର୍ତ୍ତ ବିରୋଧରେ ଆର୍ୟ୍ୟନ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଆଉ ବମ୍ବେ ହାଇକୋର୍ଟ ଆର୍ୟ୍ୟନଙ୍କ ଆବେଦନକୁ ମାନି ନେଇଛନ୍ତି।