ବାଇଲ୍ସ ଟାଇମ୍ସ ପତ୍ରିକାର ଶ୍ରେଷ୍ଠ ଆଥ୍‌ଲେଟ୍

ନ୍ୟୁୟର୍କ,ଏଜେନ୍ସି: ମହାନ୍ ଜିମ୍ନାଷ୍ଟ ସିମୋନ୍ ବାଇଲ୍ସ ଟାଇମ୍ସ ପତ୍ରିକା ଦ୍ୱାରା ୨୦୨୧ ବର୍ଷର ଶ୍ରେଷ୍ଠ ଆଥ୍‌ଲେଟ୍ ମନୋନୀତ ହୋଇଛନ୍ତି। ବିଶ୍ୱର ମହାନ୍ ଜିମ୍ନାଷ୍ଟଙ୍କ ମଧ୍ୟରେ ଅନ୍ୟତମ ବାଇଲ୍ସ ମାନସିକ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେଇ ଟୋକିଓ ଅଲିମ୍ପିକ୍ସର ଚାରିଟି ଇଭେଣ୍ଟ୍‌ର ଫାଇନାଲ୍‌ରୁ ନାମ ପ୍ରତ୍ୟାହାର କରିନେଇଥିଲେ।

୪ ଥରର ଅଲିମ୍ପିକ୍ ପଦକ ବିଜେତା ବାଇଲ୍ସ ‘ଦି ଟ୍ୱିଷ୍ଟିଜ୍‌’ର ଶିକାର ହୋଇଥିଲେ, ଯେଉଁଥିରେ ଶୂନ୍ୟରେ ସ୍ଥାନ ଓ ଦିଗର ନିୟନ୍ତ୍ରଣ ନଥାଏ। ଏହା ସତ୍ତ୍ୱେ ୨୪ ବର୍ଷୀୟା ବାଇଲ୍ସ ଟୋକିଓ ଅଲିମ୍ପିକ୍ସର ଅଲ୍‌ରାଉଣ୍ଡ୍ ଟିମ୍ ଇଭେଣ୍ଟ୍‌ରେ ରୌପ୍ୟ ଓ ବାଲାନ୍ସ ବିମ୍‌ରେ ବ୍ରୋଞ୍ଜ୍ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସର ମାସକ ପରେ ସେ ୟୁଏଏସ୍ ଜିମ୍ନାଷ୍ଟ ଟିମ୍‌ର ପୂର୍ବତନ ଡାକ୍ତର ଲାରୀ ନେସର୍‌ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାରେ ଆମେରିକା ସିନେଟ୍ ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କରିଥିଲେ।