ଶ୍ରୀନଗର,ଏଜେନ୍ସି: ଜମ୍ମୁକାଶ୍ମୀରର ଗୁପକାରଠାରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ଯୁବ ସମ୍ମିଳନୀ ପାଇଁ ସରକାର ଅନୁମତି ଦେବା ପାଇଁ ମନା କରିଦେଇଛନ୍ତି। ଏହାସହିତ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ଗୃହବନ୍ଦୀରେ ରଖିବା ପାଇଁ କହିଥିବା ଜଣାପଡ଼ିଛି। ତେବେ କୋରୋନା ମହାମାରୀ ପାଇଁ ଏହି ସମ୍ମିଳନୀକୁ ବାରଣ କରାଯାଇଥିବା ଦକ୍ଷିଣ ଶ୍ରୀନଗରର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ସୂଚନା ଦେଇଛନ୍ତି।
ଦକ୍ଷିଣ ଶ୍ରୀନଗରର ଅନେକ ଅଞ୍ଚଳରେ ବର୍ତ୍ତମାନ କୋଭିଡ଼ କଟକଣା ଜାରି ହୋଇଛି ବୋଲି ବରିଷ୍ଠ ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି। ଏଥିଲାଗି ପୂର୍ବ ନିର୍ଦ୍ଧାରିତ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ଯୁବ ସମ୍ମିଳନୀ ଏଠାରେ ଅନୁଷ୍ଠିତ ହୋଇପାରିବନାହିଁ। ଏହି ସମ୍ମିଳନୀ ଆଜି(ରବିବାର) ଗୁପକାର ହେବାର ଯୋଜନା ରହିଥିଲା। ମାଜଷ୍ଟ୍ରେଟ ଆହୁରି କହିଛନ୍ତି ଯେ ଷ୍ଟେସନ ହାଉସ ଅଫିସର ହାମ ମୁନସୀ ବାଘ ନିର୍ଦ୍ଦେଶ ଦେଇଛନ୍ତି ଯେ ଦକ୍ଷ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଏଠାରେ କୌଣସି ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ।
ଏହି ଯୁବ ସମ୍ମିଳନୀ ପାଇଁ ମେହବୁବା ମୁଫତି ଗୃହବନ୍ଦୀରେ ରହିଛନ୍ତି। ଏହାସହିତ ପୋଲିସ ଗୁପକାରରେ ଥିବା ମେହବୁବାଙ୍କ ବାସଭବନକୁ ଥିବା ସମସ୍ତ ରାସ୍ତାକୁ ମଧ୍ୟ ସିଲ କରିଛି।