ଲ୍ୟାନ୍ସ ନାୟକ ତେଜାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଦେବେ ଆନ୍ଧ୍ର ସରକାର

ନୂଆଦିଲ୍ଲୀ: ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଲ୍ୟାନ୍ସ ନାୟକ ବି. ସାଇ ତେଜାଙ୍କ ପରିବାରକୁ ଆନ୍ଧ୍ରପ୍ରଦେଶ ସରକାର ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ପ୍ରଦାନ କରାଯାଇଛି। ଇତିମଧ୍ୟରେ ଲ୍ୟାନ୍ସ ନାୟକ ତେଜାଙ୍କ ପ୍ରାର୍ଥୀବ ଶରୀର ବାଙ୍ଗାଲୁରୁ ଅଣାଯାଇଛି। ବାଙ୍ଗାଲୁରୁସ୍ଥିତ କମାଣ୍ଡୋ ହସ୍ପିଟାଲରେ ତାଙ୍କ ପ୍ରାର୍ଥୀବ ଶରୀରକୁ ରଖାଯିବ। ରବିବାର ଚିତ୍ତୁର ଜିଲ୍ଲାସ୍ଥିତ ତାଙ୍କ ଜନ୍ମମାଟି ୟେଗୁବରେଗାଡିପ୍ପଲୀକୁ ପ୍ରାର୍ଥୀବ ଶରୀର ଅଣାଯିବ ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ୨୭ ବର୍ଷୀୟ ସାଇ ତେଜା ସିଡିଏସ ଜେନେରାଲ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ। ତେଜାଙ୍କର ପତ୍ନୀ ଓ ୨ଜଣ ସନ୍ତାନ ରହିଛନ୍ତି।