୩୭୮ ଦିନ ପରେ ସରିଲା କୃଷକଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ମିଳିଥିବା ପ୍ରସ୍ତାବରେ ସହମତି ପ୍ରକାଶ ପାଇବା ପରେ କୃଷକ ସଂଗଠନ ଆନ୍ଦୋଳନ ଶେଷ କରିଛନ୍ତି। ଏହାର ଅର୍ଥ ୩୭୮ ଦିନ ପରେ ଆନ୍ଦୋଳନରେ ପୂର୍ଣ୍ଣଛେଦ ପଡ଼ିଛି। ସଂଯୁକ୍ତ କୃଷକ ମୋର୍ଚ୍ଚାର ବୈଠକରେ ଏନେଇ ଚର୍ଚ୍ଚା ହେବା ପରେ ଏହି ନିଷ୍ପତ୍ତି ସମ୍ବନ୍ଧରେ ଘୋଷଣା କରାଯାଇଛି। ଫଳରେ ଡିସେମ୍ବର ୧୧ରେ କୃଷକ ଘରକୁ ଫେରିବେ। ଡିସେମ୍ବର ୧୫ରେ କୃଷକ ନେତା ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଯିବେ। ଏଥିସହିତ ଜାନୁଆରୀ ୧୫ରେ  ସଂଯୁକ୍ତ କୃଷକ ମୋର୍ଚ୍ଚା ଦିଲ୍ଲୀରେ ପୁଣିଥରେ ବୈଠକ କରିବେ ବୋଲି ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ କୃଷକ ନେତା ବଲବୀର ସିଂହ ରାଜେବାଲ କହିଛନ୍ତି ଯେ, ଅହଂକାରୀ ସରକାରଙ୍କ ମୁଣ୍ଡ ତଳକୁ କରି ଯାଉଛୁ। ଆନ୍ଦୋଳନ ସରିନାହିଁ ସ୍ଥଗିତ ରଖାଯାଇଛି। ମୋର୍ଚ୍ଚା ଶେଷ ହୋଇଛି। କୃଷକଙ୍କ ପ୍ରସଙ୍ଗରେ ଆନ୍ଦୋଳନ ଜାରି ରହିବ।