Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କରୋନା ସଙ୍କଟରୁ ବାହାରିଆସିଛି ଭାରତୀୟ ଅର୍ଥବ୍ୟବସ୍ଥା: ଶକ୍ତିକାନ୍ତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କରୋନା ସଙ୍କଟରୁ ବାହାରିଆସିଛି ଭାରତୀୟ ଅର୍ଥବ୍ୟବସ୍ଥା: ଶକ୍ତିକାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ)ର ଦ୍ୱିମାସିକ ମୌଦ୍ରିକ ନୀତି ବୈଠକ ଆଜି ସମ୍ପନ୍ନ ହୋଇଛି। ଆଜି ଗଣମାଧ୍ୟମକୁ ସମ୍ବୋଧନ କରିବା ଅବସରରେ ଆର୍‌ବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସୁଧ ହାରକୁ ପୂର୍ବବତ୍ ଅପରିବର୍ତ୍ତିତ ରଖାଯାଇଛି। ଫଳରେ ଋଣ ପରିଶୋଧରେ କୌଣସି ରିହାତି କିମ୍ବା ଜମା ଉପରେ ଅଧିକ ସୁଧ ମିଳିବାର ସମ୍ଭାବନା ନାହିଁ। ସମ୍ପ୍ରତି ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫% ରହିଛି। ୯ମ ଥର ପାଇଁ ଆର୍‌ବିଆଇ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ।

ଅପରପକ୍ଷରେ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଭାରତୀୟ ଅର୍ଥ ବ୍ୟବସ୍ଥା କରୋନା ସଙ୍କଟରୁ ବାହାରି ଆସିଛି । ଦେଶରେ ଆର୍ଥିକ ଗତିବିଧି ବୃଦ୍ଧି ପାଇଛି। ସୁଧାରରେ ଦ୍ରୁତତା ଆସିଛି। ଆର୍‌ବିଆଇ ଦେଶର ରିୟଲ୍ ଜିଡିପି ଅଭିବୃଦ୍ଧି ୯.୫% ରହିବ ବୋଲି ଅନୁମାନ କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୬% ଓ ୪ର୍ଥ ତ୍ରୟମାସିକରେ ୬% ରହିବ ବୋଲି ଆକଳନ କରିଛି। ରବି ଫସଲ ଅମଳ ହେବା ସହିତ ଦରଦାମ୍‌ରେ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାବ୍ୟତୀତ ଆଗାମୀ ଜାନୁଆରୀ-ମାର୍ଚ୍ଚ ଅବଧିରେ ଦରଦାମ୍ ପୁଣିଥରେ ବୃଦ୍ଧି ପାଇବ ବୋଲି ଦାସ କହିଛନ୍ତି।

କୃଷିକ୍ଷେତ୍ର ତଥା ଗ୍ରାମୀଣ କ୍ଷେତ୍ରରେ ଗତିବିଧି ବୃଦ୍ଧି ପାଇବା ଯୋଗୁଁ ତୈଳର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଉତ୍ପାଦ ଶୁଳ୍କ ହ୍ରାସ ଚାହିଦା ବୃଦ୍ଧିର ଅନ୍ୟତମ କାରଣ ବୋଲି ସେ କହିଛନ୍ତି। ଏହାବ୍ୟତୀତ ଭେରିଏବଲ୍ ରିଭର୍ସ ରେପୋ (ବିଆର୍‌ଆର୍‌ଆର୍‌) ସୀମାକୁ ବୃଦ୍ଧି କରିବାକୁ ନିଷ୍ପତ୍ତ ନେଇଛି। ୧୭ ଡିସେମ୍ବର ସୁଦ୍ଧା ନିଲାମ ଜରିଆରେ ଅର୍ଥ ଉଠାଣ ସୀମା ୬.୫ ଲକ୍ଷ କୋଟି ଓ ୩୧ ଡିସେମ୍ବର ପାଇଁ ଏହି ସୀମା ୭.୫ ଲକ୍ଷ କୋଟି ରହିବ ବୋଲି ସେ କହିଛନ୍ତି। ଫଳରେ ସିଷ୍ଟମ୍‌ରେ ନଗଦ ଉପରେ ଆର୍‌ବିଆଇର ନିୟନ୍ତ୍ରଣ ରହିବ। ଅଭିବୃଦ୍ଧି ପାଇଁ ଆବଶ୍ୟକ ନଗଦ ଓ ସିଷ୍ଟମ୍‌ରୁ ବାହାରକୁ ଯାଉଥିବା ନଗଦ ଉପରେ ସନ୍ତୁଳନ ରହିବ ବୋଲି ସେ କହିଛନ୍ତି।

ଡିଜିଟାଲ୍ କରେନ୍ସି ଯୋଗୁଁ ବଢ଼ିବ ଫ୍ରଡ୍
ଡିଜିଟାଲ୍ ମୁଦ୍ରାର ପ୍ରଚଳନ ଯୋଗୁଁ ସାଇବର୍ ନିରାପତ୍ତା ତଥା ସୁରକ୍ଷା ବିପଦରେ ପଡ଼ିପାରେ। ଡିଜିଟାଲ୍ ଫ୍ରଡ୍ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ନେଇ ସତର୍କତା ଅବଲମ୍ବନ କରାଯିବା ଉଚିତ୍। ଏହାର ପ୍ରଚଳନ ସିବିଡିସି ଜରିଆରେ ହେବା ଉଚିତ୍। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଏକ ମଜଭୁତ ସୁରକ୍ଷା ଢାଞ୍ଚାର ଆବଶ୍ୟକତା ରହିଛି। ଆଗାମୀ ବର୍ଷରେ ଏ ନେଇ ପାଇଲଟ୍ ପ୍ରୋଜେକ୍ଟ ହିସାବରେ କାର୍ଯ୍ୟକ୍ରମ ଜାରି ରହିବ। ବର୍ତ୍ତମାନର କରେନ୍ସିର ଡିଜିଟାଲ୍ ରୁପ ହେବ ବୋଲି ସେ କହିଛନ୍ତି।

ପ୍ରସ୍ତୁତ ହେବ ୟୁପିଆଇ ସିଷ୍ଟମ୍ ପେମେଣ୍ଟ୍ ସିଷ୍ଟମ୍
ଡିଜିଟାଲ୍ ଜରିଆରେ କରାଯାଉଥିବା ବିିଭିନ୍ନ ପେମେଣ୍ଟ୍‌ର ଶୁଳ୍କକୁ ନେଇ ଏକ ବିଶ୍ଳେଷଣ କରାଯିବ। ଡିଜିଟାଲ୍ ପେମେଣ୍ଟ୍‌କୁ ଅଧିକରୁ ଅଧିକତର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଫିଚର୍ ଫୋନ୍ ଆଧାରିତ ୟୁପିଆଇ ସିଷ୍ଟମ୍ ପେମେଣ୍ଟ୍ ସିଷ୍ଟମ୍ ପ୍ରସ୍ତୁତ କରାଯିବା ନେଇ ବିଚାରବିମର୍ଶ ଜାରି ରହିଛି। ଦେଶରେ ୧୧୮ କୋଟି ମୋବାଇଲ୍ ଉପଭୋକ୍ତାଙ୍କ ମଧ୍ୟରୁ ୭୪ କୋଟି ସ୍ମାର୍ଟଫୋନ୍‌ଧାରକ ରହିଛନ୍ତି। ଶେଷ ଫିଚର୍‌ଫୋନ୍‌ଧାରକଙ୍କୁ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ମୁଖ୍ୟଧାରାକୁ ଆଣିବାକୁ ଆର୍‌ବିଆଇ ଯୋଜନା ପ୍ରସ୍ତୁତ କରୁଛି।