ନୂଆଦିଲ୍ଲୀ: କରୋନା ସଂକ୍ରମଣର ଓମିକ୍ରନ୍ ଭେରଏଣ୍ଟକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ୟୁପିରେ ବର୍ତ୍ତମାନ ସୁଦ୍ଧା ୧୭କୋଟି ୪ ଲକ୍ଷ ଡୋଜ୍ ଦିଆଯାଇଛି। ଏଥିରେ ୧୧ କୋଟି ୫୬ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ଏବଂ ୫ କୋଟି ୪୮ଲକ୍ଷ ଦ୍ୱିତୀୟ ଡୋଜ୍ ଦିଆଯାଇଥିବା ଜଣାପଡ଼ିଛି। ଫଳରେ ଟିକାକରଣ ମାମଲାରେ ୟୁପି ସମଗ୍ର ଦେଶରେ ଶୀର୍ଷରେ ରହିଛି। ୨୪ କୋଟି ଜନବସତି ବିଶିଷ୍ଟ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶାନୁସାରେ ଏକ ରଣନୀତି ଅନ୍ତର୍ଗତ ଟିକାକରଣ କରାଯାଉଛି।