କୋର୍ଟରେ ପେଣ୍ଡିଂ ରହିଛି ୧୭ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା କୋର୍ଟରେ ଅକ୍ଟୋବର ମାସ ଶେଷ ସୁଦ୍ଧା ଲକ୍ଷାଧିକ ମାମଲା ପେଣ୍ଡିଂ ରହିଛି। ଏହି କ୍ରମରେ ଜିଲ୍ଲା କୋର୍ଟରେ ୧୭ଲକ୍ଷ ୬୮ହଜାର ୭୦୪ଟି ଓ ହାଇକୋର୍ଟରେ ୧ଲକ୍ଷ ୮୭ହଜାର ୨୮ଟି ମାମଲା ପେଣ୍ଡିଂ ରହିଥିବା ଜଣାପଡ଼ିଛି। ବକେୟା ମାମଲାଗୁଡ଼ିକର ଆଶୁ ଫଇସଲା ପାଇଁ ଉଚ୍ଚନ୍ୟାୟାଳୟଙ୍କ ଏରିୟର୍ କମିଟି ଓ ମିଶନ ମୋଡ୍ କମିଟି ଗଠନ ହେବ। ଏନେଇ ବିଧାୟକ ଅନନ୍ତ ଦାସଙ୍କ ଏକ ପ୍ରଶ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖିଛନ୍ତି।