ୟୁଏଇ ଓ କୁୱେତରୁ ଆରମ୍ଭ ହେବ ମୋଦୀଙ୍କ ୨୦୨୨ ବିଦେଶ ଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ପ୍ରାରମ୍ଭରେ ସବୁଠୁ ବିଶ୍ୱସନୀୟ ସହଯୋଗୀ ଦେଶରୁ ବିଦେଶ ଯାତ୍ରା ଆରମ୍ଭ କରିବେ। ଏଥିରେ ସଂଯୁକ୍ତ ଅରବ ଅମୀରାତ ଓ କୁୱେତ ରହିଛି। ଉଭୟ ଦେଶ ସହ ଭାରତର ସମ୍ବନ୍ଧକୁ ଆହୁରି ମଜଭୁତ କରିବା ହେଉଛି ଏହି ଯାତ୍ରା ପଛର ଉଦ୍ଦେଶ୍ୟ।

ସୂଚନାଯୋଗ୍ୟ, ଆଗାମୀ ମାସରେ ମୋଦୀ ସଂଯୁକ୍ତ ଅରବ ଅମୀରାତ ଯାତ୍ରା କରିବା ସମୟରେ ଦୁବାଇ ୨୦୨୦ ଏକ୍ସପୋ ମଧ୍ୟ ଯିବେ। ସଂଯୁକ୍ତ ଅରବ ଅମୀରାତରେ ପାଖାପାପାଖି ୪୦ଲକ୍ଷ ଭାରତୀୟ ରହୁଥିବାବେଳେ କୁୱେତରେ ପ୍ରାୟ ୧୦ଲକ୍ଷ ଭାରତୀୟ ରହୁଛନ୍ତି। ଯାହାକି ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆବଶ୍ୟକ ସମୟରେ ଭାରତୀୟ ସମୁଦାୟକୁ ସହଯୋଗ ମଧ୍ୟ କରିଥାନ୍ତି ସେଥିପାଇଁ ମୋଦୀ ସେଠାକାର ଭାରତୀୟ ସମୁଦାୟକୁ ଭେଟିବେ।