ଓମିକ୍ରନକୁ ହରାଇଥିବା ଡାକ୍ତରଙ୍କୁ ପୁଣି କରୋନା

ନୂଆଦିଲ୍ଲୀ: କର୍ଣ୍ଣାଟକର ବାଙ୍ଗାଲୁରୁରେ କରୋନାର ନୂଆ ଭେରିଏଣ୍ଟ ଓମିକ୍ରନକୁ ହରାଇଥିବା ଡାକ୍ତର ପୁଣିଥରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ କର୍ଣ୍ଣାଟକ ନଗରପାଳିକାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖାଯାଇଛି ଏବଂ ତାଙ୍କଠାରେ ହାଲୁକା ଲକ୍ଷଣ ଦେଖା ଦେଉଥିବା ଜଣାପଡ଼ିଛି।

ଅନ୍ୟପଟେ ପୁଲିସ ସେହି ଦକ୍ଷିଣ ଆଫ୍ରିକା ନାଗରିକ ବିରୋଧରେ ମାମଲା ଦାୟର କରିଛି ଯିଏକି ଆଇସୋଲେସନ ନିୟମକୁ ଉଲ୍ଲଂଘନ କରିବା ସହ ଅଧିକାରୀଙ୍କୁ ସୂଚନା ନଦେଇ ପଳାଇ ଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୨୩ଟି ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି।