ପାଇକ ବିଦ୍ରୋହ ନେଇ ବିଧାନସଭାରେ ସଙ୍କଳ୍ପ ପାରିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାଇକ ବିଦ୍ରୋହ ନେଇ ବିଧାନସଭାରେ ସଙ୍କଳ୍ପ ପାରିତ ହୋଇଯାଇଛି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସଙ୍କଳ୍ପ ହୋଇଛି। କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ରାଜ୍ୟ ସରକାର ଏହି ସଙ୍କଳ୍ପ ଆଣିଛନ୍ତି। ବିଧାନସଭାରେ ପାରିତ ସଙ୍କଳ୍ପକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ ବୋଲି ସୂଚନା ମିଳିଛି।