ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବଲିଉଡ କପୁଲ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ନାମରେ ଅଭିଯୋଗ ଦାୟର ହୋଇଛି। ଜୟପୁରର ଚୌଥ ମାତା ମନ୍ଦିରକୁ ଯାଉଥିବା ରାସ୍ତାକୁ ବନ୍ଦ କରିଥିବାକୁ ନେଇ ଅଭିଯୋଗ ହୋଇଛି। ଏହି ରାସ୍ତା ବିବାହ ଭେନ୍ୟୁ ସିକ୍ସ ସେନ୍ସେସ୍ ଫୋର୍ଟ ସାମ୍ନା ଦେଇ ଚୌଥ ମାତା ମନ୍ଦିରକୁ ଯାଇଥାଏ। ବିବାହ ଯୋଗୁ ଏହି ରାସ୍ତାରେ ଭିଡ଼ ପରିଲକ୍ଷିତ ହେଉଛି। ସେଥିପାଇଁ ଆଇନଜୀବୀ ନେତ୍ରାବିନ୍ଦୁ ସିଂହ ଜାଦୌନ ମାମଲା ଦାୟର କରିଛନ୍ତି। ଅଭିଯୋଗ ପତ୍ରରେ ଭିକି ଓ କ୍ୟାଟ୍ରିନାଙ୍କ ସମେତ ହୋଟେଲ ପ୍ରବନ୍ଧକ ଓ ଜିଲ୍ଲା କଲେକ୍ଟର ନାମ ରହିଥିବା ଜଣାପଡ଼ିଛି।