ଲାଲ ଟୋପି ବାଲାଙ୍କର କେବଳ ଲାଲବତୀ ସହ ସମ୍ପର୍କ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଗୋରଖପୁରରେ ଏମ୍ସ ଓ ସାର କାରଖାନାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୋଦୀ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଲାଲ ଟୋପି ବାଲାଙ୍କର କେବଳ ଲାଲବତୀ ସହ ସମ୍ପର୍କ ରହିଛି। ସେମାନଙ୍କୁ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ସହ କିଛି ନେବାଦେବା ନାହିଁ। ଲାଲ ଟୋପୀ ନିଜ ଟ୍ରେଜେରୀ ଭରିବା ପାଇଁ କେବଳ ଶାସନକୁ ଆସିବାକୁ ଚାହେଁ। ସେମାନେ କେବଳ ଆତଙ୍କବାଦୀକୁ ସମର୍ଥନ କରିବେ।