ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରିବା ନେଇ ସୂଚନା ଦେଲା ସୁନ୍ଦରଗଡ ବିଜେପି ଯୁବା ମୋର୍ଚ୍ଚା। କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ଗିରଫ ଦାବି କରି ଏହି ଘେରାଉ କରିବା ପାଇଁ ପ୍ରେସମିଟ କରି ମୋର୍ଚ୍ଚା ସୂଚନା ଦେଇଛି।

ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା କଥା କହି ଭାଜପା ଯୁବ ମୋର୍ଚ୍ଚା ମମିତାକୁ ନ୍ୟାୟ ଦେବା ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ସହ ତାଙ୍କୁ ବରଖାସ୍ତ ଓ ଗିରଫ କରିବା ଦାବିରେ ଏହି ଘେରାଉ କରିବ ବୋଲି କହିଛି। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଏ ନେଇ ୮ ହଜାରରୁ ଅଧିକ ଯୁବକ ଯୁବତୀ ବିଧାନସଭା ଘେରାଉରେ ଯୋଗ ଦେବେ।

ଏ ସମ୍ପର୍କରେ ସୁନ୍ଦରଗଡ଼ ବିଜେପି ଯୁବ ମୋର୍ଚ୍ଚା ପର୍ଯ୍ୟବେକ୍ଷକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁଦତ୍ତ ପଣ୍ଡା କହିଛନ୍ତି। ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଏମାନେ ଘଟଣା ଜାଣିବା ଦିନ ଠାରୁ ବିଭିନ୍ନ ପର୍ଯ୍ୟାୟରେ ବିକ୍ଷୋଭ ପ୍ରଦର୍ଶନ କରି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ସଠିକ ପଦକ୍ଷେପ ନେଇନଥିବାରୁ ଏପରି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି।