ନୂଆଦିଲ୍ଲୀ,ଏଜେନ୍ସି: ପୋଲାଭରମ ବହୁମୁଖୀ ପ୍ରକଳ୍ପ ନିର୍ମାଣରେ ପରିବେଶ ନିୟମ ଉଲ୍ଲଂଘନ କରିଥିବାରୁ ଏନ୍ଜିଟି (ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ) ପକ୍ଷରୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଉପରେ ୨୪୩ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଏହି ପ୍ରକଳ୍ପର ନିର୍ମାଣ କାର୍ୟ୍ୟକୁ ବିରୋଧ କରି ୨୦୧୮ରୁ ଏନ୍ଜିଟିରେ ଏକାଧିକ ପିଟିସନ ଦାଏର କରାଯାଇଥିଲା। ଜଷ୍ଟିସ ସୁଧୀର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗଠିତ ଏନ୍ଜିଟି ଟ୍ରିବ୍ୟୁନାଲ ଅଗଷ୍ଟ ୯ରେ ଶୁଣାଣି କରିଥିଲେ ସୁଦ୍ଧା ରାୟକୁ ସ୍ଥଗିତ ରଖିଥିଲେ।
ପ୍ରକଳ୍ପର ମୋଟ ବ୍ୟୟ ଅଟକଳର ଏହା ମାତ୍ର ୧.୫ ପ୍ରତିଶତ ବୋଲି ଜଣାପଡିଛି। ଗୋଦାବରୀ ନଦୀ ଉପରେ ନିର୍ମିତ ହେଉଥିବା ପୋଲାଭରମ ଜଳସେଚନ ପ୍ରକଳ୍ପ ପାଇଁ ୧୨୦ କୋଟି, ପୁରୁଷୋତ୍ତପଟ୍ଟନମ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୨୪.୫୬ କୋଟି, ପଟ୍ଟିସୀମା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୨୪.୯୦ କୋଟି ଓ ଚିନ୍ତାଲାପୁଡି ଉଠା ଜଳସେଜନ ପ୍ରକଳ୍ପ ପାଇଁ ୭୩.୬୩ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଥିବା କୁହାଯାଇଛି।