ରାଷ୍ଟ୍ରବାଦୀ ଲୋକଙ୍କ ପାଇଁ ନିର୍ବାଚନ ପ୍ରଚାର କରିବି: କଙ୍ଗନା ରନାୱତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ଆଜି ବୃନ୍ଦାବନର ଠାକୁର ବାଙ୍କେ ବିହାରୀ ମନ୍ଦିର ପହଂଚିଥିଲେ। କଙ୍ଗନାଙ୍କ ଗସ୍ତ ସମ୍ପର୍କରେ ଖବର ପ୍ରଚାର ହେବା ପରେ ସେଠାରେ ଭିଡ଼ ଜମିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ କଙ୍ଗନାଙ୍କୁ ନିର୍ବାଚନ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ।

ନିର୍ବାଚନରେ କେଉଁ ପାର୍ଟିକୁ ସମର୍ଥନ କରିବେ ପ୍ରଶ୍ନର ଜବାବ ଦେଇ କଙ୍ଗନା କହିଥିଲେ ଯେ, ମୁଁ କୌଣସି ପାର୍ଟି ସହ ସମ୍ପର୍କ ରଖିନାହିଁ। କିନ୍ତୁ ଯିଏ ରାଷ୍ଟ୍ରବାଦୀ ହୋଇଥିବେ ମୁଁ ତାଙ୍କ ପାଇଁ ପ୍ରଚାର କରିବି।