ନୂଆଦିଲ୍ଲୀ: ନେଭି ଡେ’ ୨୦୨୧ ଅବସରରେ ୱେଷ୍ଟର୍ଣ୍ଣ ନେବଲ କମାଣ୍ଡ ମୁମ୍ବାଇର ନେବଲ ଡୋକୟାର୍ଡ ଉପରେ ଦେଶର ସବୁଠୁ ବଡ଼ ଜାତୀୟ ପତାକା ପ୍ରଦର୍ଶନ କରିଛି। ଏହି ପତାକାର ମୁହଁ ଗେଟୱେ ଅଫ୍ ଇଣ୍ଡିଆ ଆଡ଼କୁ ରହିଛି। ଏହି ପତାକାର ଲମ୍ବ ୨୨୫ ଫୁଟ ଓ ଚଉଡ଼ା ୧୨୫ ଫୁଟ ହୋଇଥିବା ଜଣାପଡ଼ିଛି। ଏହି ପତାକାର ଓଜନ ୧୪୦୦ କିଲୋ ହୋଇଥିବାବେଳେ ଏହାକୁ ଖଦିରୁ ପ୍ରସ୍ତୁତ କରାଯାଇଛି। ସ୍ୱାଧୀନତାର ଅମୃତ ମହୋତ୍ସବର ଅଂଶ ରୂପେ ଏହାକୁ ଖଦି, ଗ୍ରାମ୍ୟଦ୍ୟୋଗ ଓ ଉଦ୍ୟୋଗ ପ୍ରସ୍ତୁତ କରିଛି।
ଏହି ଅବସରରେ ନୌସେନା କହିଛି ଯେ, ରାଷ୍ଟ୍ରର ସୁରକ୍ଷା ପାଇଁ ନୌସେନା ସର୍ବଦା ସମର୍ପିତ। ସେ ରାଷ୍ଟ୍ର ହିତ ଓ ଲୋକଙ୍କ ସେବାରେ ନିଜର ପ୍ରତିବଧ୍ୱତାକୁ ସବୁଠୁ ବଡ଼ ପତାକା ପ୍ରଦର୍ଶନ କରି ଦୋହରାଇଛି।