ନୂଆଦିଲ୍ଲୀ: ଭାରତର ଘାତକ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ଟିମ୍ ଧରାଶାୟୀ ହୋଇଯାଇଛି। କେବଳ କାଇଲ ଜେମୀସନ ୧୭ ଓ ଟୋମ ଲାଥମ ୧୦ ରନ୍ କରି ୨ ଅଙ୍କ ଛୁଇଁ ପାରିଛନ୍ତି। ଭାରତ ପାଇଁ ଆର ଅଶ୍ୱିନ୍ ମାତ୍ର ୮ ରନ୍ ଦେଇ ୪ଟି ୱିକେଟ ନେଇଥିଲେ। ଅନ୍ୟପଟେ ମହମ୍ମଦ ସିରାଜ ୧୯ ରନ୍ ଦେଇ ୩ ଖେଳାଳିଙ୍କୁ ପାଭିଲିୟନ ପଠାଇଥିଲେ। ଏତଦବ୍ୟତୀତ ଅକ୍ଷର ପଟେଲଙ୍କୁ ୨ ଓ ଜୟନ୍ତ ଯାଦବଙ୍କୁ ଗୋଟିଏ ୱିକେଟ ମିଳିଥିବା ଜଣାପଡ଼ିଛି।