ନୟାଗଡ,ଏନ୍ଏନ୍ଏସ୍: ନୟାଗଡ଼ର ସରକାରୀ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସର ରେଡ଼୍। ଏଏସଓ ଜୟନ୍ତ ଦାଶଙ୍କ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ରେଡ଼୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ଼୍। ଜୟନ୍ତ ଦାସଙ୍କ ନୟାଗଡ, ଓଡଗାଁ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି। ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କିଛି ବିଶେଷ ତଥ୍ୟ ସୂଚନା ମିଳିନାହିଁ।
ଏନେଇ ଭିଜିଲାନ୍ସ ଡିଏସ୍ପିଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ବାରମ୍ବାର ଏପରି ଘଟଣା ଘଟୁଥିବା ସତ୍ତ୍ୱେ ଏମାନଙ୍କ ବିରୋଧ କିଛି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଗତ କିଛି ଦିନ ତଳେ ଜଣେ ସରକାରୀ ପିଅନ, ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼୍ କରି ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ କାଗଜ ସହ ଅନେକ ଗୁଡ଼ିକ ସୁନା ଗହଣା ଜବତ କରିଥିଲା।