ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।
ସୂଚନା ଅନୁସାରେ କଂଗ୍ରେସ ପକ୍ଷରୁ ଆଜି ବିଧାନସଭାରେ ହଟ୍ଟଗୋଳ କରାଯାଇଥିଲା। ଏଥିରେ କଂଗ୍ରେସ ସଦସ୍ୟ ପୂଜକ ବେଶରେ ଆସି ସଭା ଗୃହର ମଧ୍ୟ ଭାଗରେ ଘଣ୍ଟ ବଜାଇ ହଟ୍ଟଗୋଳ କରିଥିଲେ। ମମିତା ମେହର ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ହଟ୍ଟଗୋଳ କରିଥିବା କୁହାଯାଇଛି।