୪୦ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ବୁଷ୍ଟର ଡୋଜ ଦେବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶରେ ଓମିକ୍ରୋନ ଭେରିଏଣ୍ଟର ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ଜୀନୋମ ବୈଜ୍ଞାନିକ ୪୦ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ବୁଷ୍ଟର ଡୋଜ ଦେବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହି ଆୟୁ ବର୍ଗର ଲୋକ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଥିବା ବୈଜ୍ଞାନିକମାନେ କହିଛନ୍ତି। ‘ଭାରତୀୟ ସାର୍ସ କୋବ-୨ ଜୀନୋମିକ୍ସ କଂସୋର୍ଟିୟମ’ର ସାପ୍ତାହିକ ବୁଲେଟିନରେ ଏହି ପ୍ରସ୍ତାବ ଦିଆଯାଇଛି।

ଦେଶରେ କରୋନା ମହାମାରୀର ସ୍ଥିତିକୁ ନେଇ ଲୋକସଭାରେ ହୋଇଥିବା ଚର୍ଚ୍ଚା ସମୟରେ ବୁଷ୍ଟର ଡୋଜ ଦିଆଯିବାକୁ ଦାବି କରାଯାଇଛି।