ଗୋପାଳପୁରରୁ ୪୭୦ କିମି ଦୂରରେ ‘ଜୱାଦ’: ଏସଆରସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ‘ଜୱାଦ’ ଗୋପାଳପୁରରୁ ୪୭୦ କିମି ଓ ପାରାଦ୍ୱୀପରୁ ୫୮୦ କିମି ଦୂରରେ ରହିଛି। ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କାଲି ରିକର୍ଭ କରି ୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ କି ନାହିଁ ଏପର୍ଯ୍ୟନ୍ତ ଆଇଏମଡି ସ୍ପଷ୍ଟ କରିନାହିଁ। ଯଦି ସ୍ଥଳଭାଗ ଛୁଏଁ ତେବେ ଅଳ୍ପ ଛୁଇଁ ବାତ୍ୟା ପୁଣି ସମୂହ ମଧ୍ୟରେ ଯିବ। ନଛୁଇଁଲେ ବି ଉପକୂଳ ପାଖାପାଖି ହେଲେ ପବନ ୮୦ରୁ ୯୫ କିମି ବହିବ। ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଶ୍ରୀ ଜେନା କହିଛନ୍ତି।