ମିର୍ଜାପୁର ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ,ଏଜେନ୍ସି: ସୁପରହିଟ୍ ୱେବ୍‌ସିରିଜ ‘ମିର୍ଜାପୁର’ରେ ଲଲିତ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହାସଲ କରିଥିବା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ୩୨ ବର୍ଷ ବୟସରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଛି। ଘରର ବାଥରୁମ୍‌ରୁ ତାଙ୍କ ମୃତଦେହ ମିଳିଛି। ବର୍ସୋୱାର ୟାର ରୋଡ୍ ସ୍ଥିତ ଏକ ଆପର୍ଟମେଣ୍ଟରେ ବ୍ରହ୍ମା ମିଶ୍ରା ରହୁଥିଲେ। ଗତକାଲି ତାଙ୍କ ରୁମ୍‌ରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ଅଭିଯୋଗ କରିଥିଲେ। ପୁଳିସ ଆସି ତାଙ୍କ ଘରର କବାଟ ଭାଙ୍ଗିବା ପରେ ବାଥରୁମ୍‌ରୁ ତାଙ୍କ ମୃତଦେହ ଠାବ କରିଥିଲା । ପୁଲିସ ମୁତାବକ, ପ୍ରାଥମିକ ତଦନ୍ତରୁ ଦୁର୍ଘଟଣାଜନିତ ମୃତ୍ୟୁ ଭଳି ମନେ ହେଉଛି। ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ। ବାଥରୁମକୁ ଯାଇଥିବା ବେଳେ ତାଙ୍କର ହୃଦଘାତ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।