କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ଅଞ୍ଚଳର ଗୌଡପଡା ଗ୍ରାମର ମୃତ୍ୟୁଞ୍ଜୟ କାଣ୍ଡି (୨୪)ଙ୍କ ଏକ ବର୍ଷ ତଳେ ଦୁର୍ଘଟଣା ଯୋଗୁଁ ଗୋଟିଏ ଗୋଡ ଗୁରୁତର ଆଘାତ ହେବା ସହ ହାଡ ଭାଙ୍ଗିଯାଇଥିଲା । ଅର୍ଥ ଅଭାବରୁ ସେ ଚିକିତ୍ସିତ ହୋଇ ପାରିନଥିଲେ । ତାଙ୍କର ଏହିଭଳି ଦୁର୍ଦ୍ଦିନ ସମୟରେ ସ୍ୱେଚ୍ଛାସେବୀ ସଂଗଠନ ଆମ ମାହାଙ୍ଗା ସହାୟତାର ହାତ ବଢାଇଛି । ଉକ୍ତ ଯୁବକଙ୍କର ଚିକିତ୍ସା ପାଇଁ ତାଙ୍କୁ ହାଇଟେକ୍ ହସପିଟାଲରେ ଭର୍ତ୍ତି କରିଛି ସଂଗଠନ ।
ମାହାଙ୍ଗାର ଅଧ୍ୟକ୍ଷ ଇଂ. ଅମରେନ୍ଦ୍ର ମହାନ୍ତି, ଯୁବ ବୈଜ୍ଞାନିକ ସୀତାଂଶୁ ଶେଖର ନନ୍ଦ, ସମ୍ହସପିଟାଲର ଡାକ୍ତର ହରପ୍ରିୟା ମିଶ୍ର, ହାଇଟେକ୍ ମେଡିକାଲର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ଶିକ୍ଷକ ବିଦ୍ୟାଧର ଖଟୁଆ, ବରିଷ୍ଠ ସ୍ତମ୍ଭକାର ବିବେକାନନ୍ଦ ଦାସ, ସମାଜସେବୀ ଯୁବ ସାମ୍ବାଦିକ ରବିନାରାୟଣ ଦାସ, ଗୋସେବକ ଅକ୍ଷୟ କୁମାର ଖଟୁଆ, ଶିକ୍ଷାବିତ୍ ଭାବଗ୍ରାହୀ ରାଉତ, ବିଜୟକେତନ ମହାନ୍ତି, ଜୟଦେବ ଭୋଇ, ବିଜୟ ବେହେରା ପ୍ରମୁଖ ସହଯୋଗର ହାତ ବଢାଇଥିଲେ । ଏହିଭଳି ଭଲ କାର୍ଯ୍ୟ ପାଇଁ ମାହାଙ୍ଗା ଅଞ୍ଚଳରୁ ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ ଇଂ. ମହାନ୍ତିଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି ।