ବଡ଼ମାଲ ବନବିଭାଗ ପକ୍ଷରୁ ବେଆଇନ ସାବୁଆନ କାଠ ଜବତ, ଜଣେ ଅଟକ

ସଇଁନ୍ତଲା,ଏନ୍ଏନ୍ଏସ୍: ଦିନକୁ ଦିନ କାଠ ମାଫିଆଙ୍କ ସଂଖ୍ୟା ବଡ଼ମାଲ, ଫପସି ଓ ଧରପଗଡ଼ ଅଞ୍ଚଳରେ ବୃଦ୍ଧି ପାଉଥିବା ବେଳେ ଉକ୍ତ ଗାଁକୁ ଲାଗିଥିବା ବର୍ଣି ସଂରକ୍ଷିତ ଜଙ୍ଗଲ କାଠ ମାଫିଆଙ୍କ ଯୋଗୁଁ କ୍ଷତି ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ମଧ୍ୟ କଡ଼ ପେଟ୍ରୋଲିଂ କରୁଛି ବଡ଼ମାଲ ବନବିଭାଗ।

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଞ୍ଜ ଅନ୍ତର୍ଗତ ବଡମାଲ ଫପସି ଗ୍ରାମ ଇବ୍ରାହିମ ଖାନ(ବାବିଲି)ଙ୍କ ଘରେ ବେଆଇନ ସାଗୁଆନ ପଟା ରହିଥିବା ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଖବରପାଇବା ପରେ ବଡ଼ମାଲ ବନ ବିଭାଗକୁ ଖବର ଦେଇଥିଲେ।

ବଡମାଲ ଫରେଷ୍ଟର ପ୍ରିୟଙ୍କା ପୋଡ଼ଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଫପସି ଗ୍ରାମର ଇବ୍ରାହିମ୍ ଖାନଙ୍କ ଘରେ ଚଢଉ କରି ପାଖାପାଖି ୬୪ ଖଣ୍ଡ ଶାଗୁଆନ କାଠ ଜବତ କରିଛି। କାଠକୁ ଜବତ କରି ଅଭିଯୋଗ କାରୀକୁ କୋର୍ଟ ଚାଲଣା କରାଯିବ ବୋଲି ବଡ଼ମାଲ ବନବିଭାଗ ଅଧିକାରୀ ପୁଷ୍ପାଞ୍ଜଳି ପୋଢ଼ ସୂଚନା ଦେଇଛନ୍ତି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୬୦ ହଜାର ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିରେ ନାଗ ହରପାଲ, ନୁପୁର ଜାଲ, ନିଳାଞ୍ଚଳ ମାଝୀ, ଭଗବାନ ମାଝୀ, ସୋମନାଥ ମାଝୀ, ବିଦ୍ୟାଧର ବୁଡେକ ପ୍ରମୁଖ ବନ କର୍ମଚାରୀ ସାମିଲ ଥିଲେ।