୨୫ ଦେଶକୁ ବ୍ୟାପିଲା ଓମିକ୍ରନ୍

ନୂଆଦିଲ୍ଲୀ: ୟୁରୋପ ପରେ କରୋନାର ନୂଆ ଭେରିଏଣ୍ଟ ଓମିକ୍ରନ୍ ଏବେ ଆମେରିକାରେ ପହଂଚିଛି। ଆମେରିକାର କାଲିଫର୍ଣ୍ଣିଆର ଜଣେ ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ଏହି ଭେରିଏଣ୍ଟର ଲକ୍ଷଣ ଯେଉଁ ବ୍ୟକ୍ତିଙ୍କଠାରେ ଦେଖାଦେଇଛି ସେ ଦକ୍ଷିଣଆଫ୍ରିକାରୁ ଫେରିଛନ୍ତି। ଉକ୍ତ ମାମଲା ସାମ୍ନାକୁ ଆସିବା ପରେ ଓମିକ୍ରେନ ଭେରିଏଣ୍ଟ ୨୫ ଦେଶରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଓମିକ୍ରେନ ଭେରିଏଣ୍ଟକୁ ଦୃଷ୍ଟିରେ ରଖି ୩୦ରୁ ଅଧିକ ଦେଶ ଅନ୍ତରାଷ୍ଟ୍ରୀୟ ଉଡ଼ାଣ ଉପରେ ରୋକ ଲଗାଇ ଦେଇଛି। ଇସ୍ରାଏଲ, ମରକ୍କୋ ଓ ଜାପାନ ସମ୍ପୂର୍ଣ୍ଣ ରୂପେ ସୀମା ସିଲ୍ କରିଦେଇଛି। ବ୍ରାଜିଲ, ଲାତିନ, ଆମେରିକା, ସାଉଦୀ ଆରବ, ଦକ୍ଷିଣ କୋରିଆ ଓ ନାଇଜେରିଆରେ ଓମିକ୍ରନର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଦକ୍ଷିଣ ଆଫ୍ରିକାର ୨ଜଣ ମନ୍ତ୍ରୀ କ୍ୱାରେଣ୍ଟାଇନରେ ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭେରିଆଣ୍ଟର ସର୍ବାଧିକ ୫,୧୨୩ ମାମଲା ସାମ୍ନାକୁ ଆସିଛି।