‘ଜାଭେଦ’ ବାତ୍ୟାକୁ ନେଇ ମୋଦୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ‘ଜାଭେଦ’କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ଓ ତତଜନିତ ସମସ୍ୟା ସମ୍ପର୍କରେ ମୋଦୀ ଆଲୋଚନା କରିଛନ୍ତି। ଓଡ଼ିଶା ଓ ଆନ୍ଧ୍ର ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଆଲୋଚନା ହୋଇଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ କ୍ୟାବିନେଟ ସଚିବ ରାଜୀବ ଗୋବାଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସଙ୍କଟ ପ୍ରବନ୍ଧନ ସମିତି(ଏମସୀଏମସୀ) ବାତ୍ୟାର ସମୀକ୍ଷା ପାଇଁ ହୋଇଥିବା ପ୍ରସ୍ତୁତିକୁ ନେଇ ବୈଠକ କରିଥିଲେ। ଏହି ବାତ୍ୟା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପଟ୍ଟନମ୍ ଓ ବିଜୟନଗରମ୍ ଏବଂ ଓଡ଼ିଶାର ତଟ୍ଟୀୟ ଜିଲ୍ଲାରେ ପ୍ରଭାବ ପକାଇବାର ଆଶଙ୍କା ରହିଛି।