ଆଇଟିଡିସିର ଅଧ୍ୟକ୍ଷ ହେଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି। ଶ୍ରୀ ପାତ୍ରଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଅନ୍ତର୍ଗତ ଆସୁଥିବା ଭାରତ ପର୍ଯ୍ୟଟନ ବିକାଶ ନିଗମ(ଆଇଟିଡିସି)ର ଅଧ୍ୟକ୍ଷ ରୂପେ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବରରେ ସମ୍ବିତ ପାତ୍ରଙ୍କୁ ୩ ବର୍ଷ ପାଇଁ ଓଏନଜିସିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା।