ବିିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯, ୮୩୩ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ପଞ୍ଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୩,୬୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ସ୍ୱାସ୍ଥ୍ୟ ପାଇଁ ୨,୩୧୦ କୋଟି ଓ ଶକ୍ତି ବିଭାଗ ପାଇଁ ୨,୧୪୩ କୋଟି ଟଙ୍କା ବଜେଟ ଉପସ୍ଥାପିତ ହୋଇଛି। ବଜେଟ ଉପସ୍ଥାପନ ପରେ କାଲି ପର୍ଯ୍ୟନ୍ତ ଗୃହ ମୁଲତବି କରାଯାଇଥିବା ଜଣାପଡ଼ିଛି।