ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ରାଷ୍ଟୀୟ ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହି ସମୟରେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ଏନସିପି ନେତା ପ୍ରଫୁଲ୍ଲ ପଟେଲ ଉପସ୍ଥିତ ଥିଲେ। ସାକ୍ଷାତ ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀ କରି ଦୁହିଁଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ବନ୍ଧରେ ସୂଚନା ଦେଇଥିଲେ।
ଶରଦ ପାୱାର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିରୋଧରେ ଏକଜୁଟ ହେବାକୁ ପଡ଼ିବ। ସିଧା କଥାଟି ହେଲା ଯେଉଁମାନେ ବିଜେପି ସରକାରଙ୍କ ବିରୋଧରେ ଅଛନ୍ତି, ସେମାନେ ଆସିଲେ ଆମେ ସ୍ୱାଗତ କରିବୁ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଦେଶରେ ଫାସିଜିମ୍ ଚାଲିଛି ସେଥିପାଇଁ ବିକଳ୍ପ ଶକ୍ତି ହେବା ଜରୁରୀ। ଏକାକି ରହିଲେ ଚଳିବ ନାହିଁ। ଯଦି କିଏ ଲଢ଼ିବନି ତେବେ ଆମେ କ’ଣ କରିପାରିବୁ? ଏବେ କୌଣସି ୟୁପିଏ ନାହିଁ।