ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୭ରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାର ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ। ପୁଲିସ ଅଧିକାରୀ ହେଲେ କୋରାପୁଟ ଜୟପୁର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ରାଜେଶ ବଳିଆରସିଂ ଏବଂ ତତକାଳିନ ଏସଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତି।
ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କୁ ହତ୍ୟା କରି ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା ଅଭିଯୋଗରେ ମାମଲା ରୁଜୁ ହୋଇଛି। ନିଜ ଆଡୁ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଆକାଶ ନାମରେ ୧୪ଟି ଅପରାଧୀକ ମାମଲା ରହିଥିଲା। ଗୋଡାଇବା ବେଳେ ବାଇକରୁ ପଡି ତାଙ୍କ ମୃତ୍ୟୁ ଘଟିଥିବା ତଦନ୍ତ ବେଳେ ପୁଲିସ କହିଥିଲା। ହେଲେ ଆକାଶକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।