ମାଲକାନଗିରି,ଏନ୍ଏନ୍ଏସ୍: କୁଡୁମୁଲଗୁମ୍ମା ଓପି ଷ୍ଟାଫ ଓ ଓର୍କେଲ ପୁଲିସ ଟିମ୍ ମିଳିତ ଭାବେ ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ୧୦୪ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଉକ୍ତ ଗଞ୍ଜେଇ ଚାଲାଣରେ ୩ଟି ବାଇକ ବ୍ୟବହୃତ ହୋଇଥିଲା। ଫଳରେ ଘଟଣାସ୍ଥଳରୁ ବାଇକ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଏନେଇ ମାଲକାନଗିରି ପୁଲିସ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି।