ନୂଆଦିଲ୍ଲୀ,ଏଜେନ୍ସି: ପୁଣି ଚିହ୍ନଟ ହେଲାଣି କରୋନା ନୂଆ ଭାରିଆଣ୍ଟ। ଯାହାର ନାଁ ରହିଛି “ଓମିକ୍ରନ୍”। ଏହି ନୂଆ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରୁ ମିଳିଥିବା ସୂଚନା ମିଳିଛି ଯାହା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ସମେତ ବୋତ୍ସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍ଜିୟମ ଆଦି ୫ଟି ଦେଶକୁ ବ୍ୟାପି ସାରିଲାଣି।
ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟରେ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ହୁ’ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଅନେକ ଥର ମ୍ୟୁଟେସନ୍ ପରେ ଓମିକ୍ରନ୍ ଭ୍ୟାରିଆଣ୍ଟ ସୃଷ୍ଟି ହୋଇଥିବା ହୁ’ ପକ୍ଷରୁ କୁହାଯାଇଛି। ଏହି ନୂଆ ଭାରିଆଣ୍ଟକୁ ନେଇ ଆଜି ହୁ’ର ବୈଠକ ବସିବ। ଆଜି ଏହାକୁ ନେଇ ମଧ୍ୟ ଭାରତ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।
ଏହି ବୈଠକରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ନେଇ ଆଲୋଚନା ହେବ। ଏହାସହିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଅନେକ ପଦାଧିକାରୀ ଉପସ୍ଥିତ ରହିବେ। ସ୍ବାସ୍ଥ ବିଭାଗର ଅଫିସରଙ୍କ ସହ ବୈଠକରେ ଦେଶରେ ଟିକାକରଣର ସ୍ଥିତି ସମ୍ପର୍କରେ ମଧ୍ୟ ରିପୋର୍ଟ ନେବେ ପ୍ରଧାନମନ୍ତ୍ରୀ।