ଡିସେମ୍ବର ୧୫ରୁ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: ନୂଆ ବର୍ଷ ଓ ଖ୍ରୀଷ୍ଟମାସରେ ବିଦେଶ ଯିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ସରକାର ୧୪ଟି ଦେଶକୁ ଛାଡ଼ି ଡିସେମ୍ବର ୧୫ରୁ ଆନ୍ତର୍ଜାତୀୟ ଯାତ୍ରୀ ବିମାନ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ୧୪ଟି ଦେଶରେ ୟୁକେ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଫିନଲେଣ୍ଡ, ସାଉଥ ଆଫ୍ରିକା, ବ୍ରାଜିଲ, ଚୀନ, ମୋରୀଶସ, ସିଙ୍ଗାପୁର, ବାଙ୍ଗଲାଦେଶ, ବୋତସ୍ୱାନା, ଜିମ୍ବାୱେ ଓ ନ୍ୟୁଜିଲାଣ୍ଡ ସାମିଲ ରହିଛି। ଏହି ୧୪ଟି ଦେଶରେ ଏୟର ବବଲ ଚୁକ୍ତି ମାଧ୍ୟମରେ ବିମାନ ସେବା ଜାରି ରହିଛି। କରୋନା ଭୂତାଣୁର ନୂଆ ଭେରିଏଣ୍ଟକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି।