ନୂଆଦିଲ୍ଲୀ: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଖୁବ୍ ସକ୍ରିୟ ନଜର ଆସୁଛି। ଏହି ପରିପ୍ରେକ୍ଷୀରେ ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସ ଏକ ବଡ଼ ରାଲି କରିବାକୁ ଯାଉଛି। ଆଉ ଡିସେମ୍ବର ୧୨ ତାରିଖରେ ଦିଲ୍ଲୀରେ ‘ମହଙ୍ଗା ହଟାଓ’ ରାଲି ଆୟୋଜନ କରିବ। ଖାସ୍ କଥାଟି ହେଲା, ପାର୍ଟିର ଅତିରିକ୍ତ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏହି ରାଲିକୁ ସମ୍ବୋଧିତ କରିବେ।
ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ନଭେମ୍ବର ୧୯ରେ ବିରୋଧୀ ଦଳର ବୈଠକ ଡକାଇଛନ୍ତି। ଏହାପୂର୍ବରୁ ସୋନିଆ ଗାନ୍ଧୀଙ୍କ ଆବାସରେ ସଂସଦର ଶୀତ ଅଧିବେସନରେ ସରକାରଙ୍କୁ କେଉଁ ପ୍ରସଙ୍ଗକୁ ନେଇ ଘେରାଯିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଥିଲା। ଏଥିରେ ଦରଦାମ ବୃଦ୍ଧି ସମେତ ଅନେକ ପ୍ରସଙ୍ଗ ଉଠାଯିବ ବୋଲି ଜଣାପଡ଼ିଛି।