ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବହିଷ୍କାର କଲା ବିରୋଧୀ

ନୂଆଦିଲ୍ଲୀ: ସଂସଦ ଭବନରେ ଆୟୋଜିତ ହୋଇଥିବା ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସମେତ ୧୪ ବିରୋଧୀ ଦଳ ଉପସ୍ଥିତ ନଥିଲେ। ଅଗାମୀ ସପ୍ତାହ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେସନରେ ‘ୟୁନାଇଟେଡ ଫ୍ରଣ୍ଟ’ ରୂପରେ ଏକଜୁଟତା ଦେଖାଇବା ପାଇଁ ବିରୋଧୀ ଦଳ ଏଭଳି ପଦକ୍ଷେପ ଉଠାଇଛନ୍ତି। କେନ୍ଦ୍ର ସରକାରକୁ ଟାର୍ଗେଟ କରିବାକୁ ଯାଇ କଂଗ୍ରେସର ମନିକେମ ଟେଗର କହିଛନ୍ତି ଯେ, ଏହି ସରକାର ସମ୍ବିଧାନର ସମ୍ମାନ କରୁନାହିଁ।

ଅନ୍ୟପଟେ ଏଥିରେ କ୍ରୋଧାନ୍ୱିତ ହୋଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ବିରୋଧୀ ଦଳର ଏଭଳି କାମ ମୋତେ ବ୍ୟଥିତ କରିଛି। ବିରୋଧୀ ଦଳ ଆସି ମୋ ସହ କଥା ହୋଇଥିଲେ ମୁଁ ସମାଧାନର କିଛି ବାଟ କାଢ଼ିଥାନ୍ତି। ଏହା ପ୍ରଧାନମନ୍ତ୍ରୀ କିମ୍ବା ପାର୍ଟିର କାର୍ଯ୍ୟ ନଥିଲା, ସଂସଦର କାର୍ଯ୍ୟକ୍ରମ ଥିଲା । ଏହା ଭଲ ପରମ୍ପରା ନୁହେଁ।