କଟକ,ଏନ୍ଏନ୍ଏସ୍: ଗତକାଲି ମହାନଦୀରେ ବୁଡ଼ିଯାଇଥିବା ୪ ଛାତ୍ରଙ୍କ ମଧ୍ୟରୁ ୩ ଛାତ୍ରଙ୍କ ମୃତ ଦେହ ମିଳିଛି। ମୃତଦେହ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରିଥିଲେ ଉଦ୍ଧାରକାରୀ ଟିମ୍। ଖବର ଲେଖାହେବା ସୁଦ୍ଧା ଅନ୍ୟ ୩ ଜଣଙ୍କ ମୃତଦେହ ମିଳିଥିବାବେଳେ ଜଣଙ୍କ ପତ୍ତା ମିଳୁନି।
ମିଳିଥିବା ସୂଚନା ମୁତାବକ, ଏହି ୪ ଜଣ କଟକ ନୂଆବଜାର ପୋତାପୋଖରୀ ଅଞ୍ଚଳର। ଗୁରୁବାର ୨ ଟାରେ ସାଇକେଲ ନେଇ ଘରୁ ବାହାରି ଆସିଥିଲେ। ମାତ୍ର ଘରକୁ ଫେରିବାରେ ବିଳମ୍ବ ଘଟିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ସେମାନେ ଗାଧୋଇବାକୁ ମହାନଦୀକୁ ଆସିଥିବା ଜାଣିବାକୁ ପାଇଥିଲେ। ମହାନଦୀ ଭଦିମୂଳା ଘାଟରେ ସେମାନଙ୍କ ସାଇକେଲ, ଜୋତା ଏବଂ ଡ୍ରେସ ପଡିଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଖୋଜାଖୋଜି ପରେ ଆଜି ସକାଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଜଣେ ନିଖୋଜ ଅଛି। ଉଦ୍ଧାର କାର୍ଯ୍ୟରେ ଜାରି ରହିଛନ୍ତି ଟିମ୍।