ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁରର ବ୍ଲକ୍ ଛକରେ ବସ୍ ସହ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ବିଳମ୍ବିତ ରାତିରେ ଧକ୍କା ହୋଇଥିବା ବେଳେ ଏହି ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଫଳରେ ଆହତ ଯାତ୍ରୀ ମାନଙ୍କୁ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ଘରୋଇ ବସଟି ଭୁବନେଶ୍ୱରରୁ ରାଇଘର ଯାଉଥିବା ବେଳେ ଏପରି ଘଟଣା ଘଟିଥିବା ସୁଚନା ମିଳିଛି। ଖବର ଅନୁସାରେ ଏହି ଘଟଣା ଘଟିବା ପରେ ଲୋକମାନଙ୍କ ମଧ୍ୟରେ ସାମ୍ୟକ୍ ଉତ୍ତେଜନା ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ଗାଡ଼ିକୁ ଜବତ କରିବା ସହ ବସ୍ ଡ଼୍ରାଇଭର ଓ ହେଲପରକୁ ଧରି ପିଟାପିଟି ମଧ୍ୟ କରିଥିବା ଜଣାପଡ଼ିଛି। ପରେ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚିବା ସହ ପରିସ୍ଥିତିର ମୁକାବିଲା କରିଥିଲା ଏବଂ ଡ଼୍ରାଇଭର ଓ ହେଲପରକୁ ଅଟକ ରଖି ପଚରାଉଚରା କରୁଛି।