ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀର ପୁଲିସ ବୁଧବାର ପୁଲୱାମା ଜିଲ୍ଲାରୁ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ୩ ଜଣ ସମର୍ଥକଙ୍କୁ ଗିରଫ କରିଛି। ଚଳିତମାସ ଅଭିଯୁକ୍ତମାନେ ଜଣେ କଶ୍ମୀର ପଣ୍ଡିତଙ୍କ ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଅର୍ଥ ବଦଳରେ ସେମାନେ ଏଭଳି କାର୍ଯ୍ୟ କରିଥିବା ସ୍ୱୀକାର କରିଛନ୍ତି।