ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଉପରେ କେନ୍ଦ୍ର କ୍ୟାବିନେଟ ମୋହର ଲଗାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସର୍ବସମ୍ମତିକ୍ରମେ କୃଷି ଆଇନକୁ ପ୍ରତ୍ୟାହାର ପ୍ରସ୍ତାବକୁ ପାର କରିଦେଇଛନ୍ତି। ଆଇନକୁ ରଦ୍ଦ କରିବା ପାଇଁ ସଂସଦର ଉଭୟ ସଦନରୁ ବିଲ ପାରିତ କରିବାକୁ ପଡ଼ିବ। ଏହାପରେ କୃଷି ଆଇନ ବିଧିବଦ୍ଧ ଭାବେ ଶେଷ ହୋଇଯିବ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରେ ଦେଶବାସୀଙ୍କୁ ସମ୍ବୋଧିତ କରି କୃଷି ଆଇନ ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରିଥିଲେ।