ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ମାର୍ଚ୍ଚକୁ ବଢ଼ିଲା। ଫଳରେ ଲୋକଙ୍କୁ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ରାସନ ମିଳିବ। କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ପ୍ରଦାନ କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ, ରାସନ ଅବଧି ବଢ଼ିବାରେ ୫୩ହଜାର ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ପାଖାପାଖି ୮୦ କୋଟି ଲୋକ ସୁବିଧା ପାଇପାରିବେ। ବର୍ତ୍ତମାନ ସୁଦ୍ଧା ୬୦୦ ଲକ୍ଷ ମେଟ୍ରିକ ଟନ୍ ସ୍ୱୀକୃତ କରାଯାଇଛି।