ଡୁଡୁଗା ଛକରେ ଶବ ରଖି ରାସ୍ତାରୋକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଡୁଡୁଗା ଛକରେ ଦୁର୍ଘଟଣା ଘଟି ୨ ଜଣ ପ୍ରାଣ ହରାଇଥିବାବେଳେ ଆଜି ସେମାନଙ୍କର ଶବ ଜାତୀୟ ରାଜପଥ-୪୯ ଉପରେ ରଖି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଭାରୀଯାନର ଗତି ନିୟନ୍ତ୍ରଣ, ରାସ୍ତାକଡ଼ ପାର୍କିଂ ବନ୍ଦ ତଥା ୪ଲେନ ରାସ୍ତା ନିର୍ମାଣ କରିବା ପାଇଁ ଲୋକେ ଦାବି କରିଛନ୍ତି। ଘଟଣାସ୍ଥଳରେ ରେଙ୍ଗାଲି ଓ ଲଖନପୁର ପୁଲିସ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ପ୍ରକଶଯୋଗ୍ୟ, ଗତକାଲି ରାତିରେ ଏକ ଅଚଳ ଟ୍ରକ ଡୁଡୁଗା ଛକ ନିକଟରେ ଜାତୀୟ ରାଜପଥ ରାସ୍ତାକଡ଼ରେ ଛିଡ଼ା ହେଇଥିଲା। ବେଲପାହାଡ଼ରୁ କନକତତୋରା ପଟେ ଯାଉଥିବା ୩ଜଣ ବାଇକ ଆରୋହୀ ଟ୍ରକକୁ ଦେଖିନପାରି ଟ୍ରକର ପଛପଟେ ପିଟି ହୋଇଥିଲେ। ଫଳରେ ୨ ଜଣକ ମୃତ୍ୟୁ ହେବାସହ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବେଦଝରନ ଗ୍ରାମର ଟିକେଶ୍ୱର ମୁଣ୍ଡା(୩୬) ଓ ଦଶରଥ ମୁଣ୍ଡା(୨୫) ଓ ଆହତ ଜଣକ ଗଣେଶ ମୁଣ୍ଡା(୨୧) ବୋଲି ଜଣାପଡ଼ିଛି।