‘ଭାରତ ଗୌରବ ଟ୍ରେନ’ର ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶର ଜନତାଙ୍କୁ ଭଲ ଯାତ୍ରା ପ୍ରଦାନ କରିବା ପାଇଁ ଭାରତୀୟ ରେଳବାଇ ଲଗାତାର ଭାବେ ନୂଆ ନୂଆ ପରିବର୍ତ୍ତନ କରୁଛି। ଏହି କ୍ରମରେ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଯାତ୍ରୀ ଓ ମାଲବୁହା ପରେ ରେଳବାଇ ପର୍ଯ୍ୟଟନ ଲାଗି ‘ଭାରତ ଗୌରବ ଟ୍ରେନ’ର ଶୁଭାରମ୍ଭ କରିବ। ଏଥିରେ ପାଖାପାଖି ୧୯୦ ଟ୍ରେନ ଆବଣ୍ଟିତ କରାଯାଇଛି।

ସୂଚନାଯୋଗ୍ୟ, ଭାରତ ଗୌରବ ଟ୍ରେନ ଭାରତୀୟ ସଂସ୍କୃତି ପ୍ରଦର୍ଶନ କରୁଥିବା ଟ୍ରେନ ଉପରେ ଆଧାରିତ ହେବ। ଏହାର ସଞ୍ଚାଳନ ନିଜ କ୍ଷେତ୍ର କିମ୍ବା ଆଇଆରସିଟିସି ଦ୍ୱାରା କରାଯିବ। ଏଥିସହିତ ଭ୍ରମଣ ଅପରେଟର ଦ୍ୱାରା ଏହି ଟ୍ରେନର ଭଡ଼ା ନିର୍ଦ୍ଧାରଣ କରାଯିବ।