ନୂଆଦିଲ୍ଲୀ: ସାଧୁସନ୍ଥଙ୍କ ସବୁଠୁ ବଡ଼ ସଂସ୍ଥା ଅଖିଳ ଭାରତୀୟ ଆଖଡ଼ା ପରିଷଦର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉକ୍ତ ମାମଲାର ଯାଞ୍ଚ କରୁଥିବା ସିବିଆଇ ଚାର୍ଜସିଟ ଦାଖଲ କରିଛି। ସବିବିଆଇ ଜେଲରେ ଥିବା ୩ ଆରୋପୀଙ୍କ ବିରୋଧରେ ପ୍ରୟାଗରାଜର ସିଜେଏମ୍ କୋର୍ଟରେ ଚାର୍ଜସିଟ ଦାଖଲ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜେଲରେ ଥିବା ଏହି ୩ ଅଭିଯୁକ୍ତ ହେଲେ ଆନନ୍ଦ ଗିରି, ଆଦ୍ୟା ତିୱାରୀ ଓ ସନ୍ଦୀପ ତିୱାରୀ। ଏହି ୩ଜଣ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ପାଇଁ ଦାୟୀ ବୋଲି ସିବିଆଇ କହିଛି। ଚାର୍ଜସିଟକୁ ବିଚାରକୁ ନେଇ ଶୁଣାଣୀ ନଭେମ୍ବର ୨୫ରେ ହେବ ବୋଲି ସୀଜେଏମ୍ କୋର୍ଟ ସ୍ଥିର କରିଛନ୍ତି।