କୋୱିନର ନୂଆ ଫିଚର: ଟିକା କରଣର ସ୍ଥିତି ଜାଣିପାରିବେ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୋୱିନ ପୋର୍ଟାଲରେ ଆଉ ଏକ ନୂଆ ଫିଚର ଯୋଡା ଯାଇଛି। ଏହା ଦ୍ୱାରା କରୋନା ଟିକାକରଣର ସ୍ଥିତି ଜାଣି ହେବ। ଏନେଇ କୋୱିନ ଡିଜିଟାଲ ପ୍ଲାଟଫର୍ମରେ ‘ନୋ ୟୋର ଭ୍ୟାକ୍ସିନେସନ ସ୍ଟାଟସ’ ଲିଙ୍କ ଯୋଡା ଯାଇଛି। ଏହା କରୋନା ଟିକାକରଣର ସ୍ଥିତି, ଟିକାକରଣର ସୂଚନା ଓ ପୁଣି କେବେ ଟିକା ନେବେ ତାର ତଥ୍ୟ ସମ୍ପର୍କରେ ସୂଚନା ଦେବ। ଏହାକୁ ସମସ୍ତେ ବ୍ୟବହାର କରିପାରିବେ।