ଗୋରୁ ଚାଲାଣ ବେଳେ ପୁଲିସର ଚଢ଼ଉ, ୫ ଗୋରୁ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗୋରୁ ଚାଲାଣ ସମୟରେ ବେଲପାହାଡ଼ ପୁଲିସ ଚଢ଼ଉ କରି ୫ଟି ଗୋରୁକୁ ଉଦ୍ଧାର କରିଛି। ପୁଲିସର ଚଢ଼ଉ ବିଷୟରେ ଜାଣିପାରି ଚାଲାଣକାରୀମାନେ ବେଲପାହାଡ଼ ଗଉରପଡ଼ା ନିକଟରେ ଗାଡ଼ି ଛାଡ଼ି ଫେରାର ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ପୁଲିସ ଚାଲାଣରେ ବ୍ୟବହୃତ ସ୍କୋର୍ପିଓ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ରିପୋର୍ଟ ମୁତାବକ, ଆଜି ଭୋର ପ୍ରାୟ ୩ଟାବେଳେ ଲଖନପୁର ପଟୁ ବେଲପାହାଡ଼ ପଟକୁ ଏକ ସ୍କୋର୍ପିଓ ଗାଡ଼ିରେ ଗୋରୁ ଚାଲାଣ ହେଉଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ପୁଲିସ ତୁରନ୍ତ ଲଖନପୁର ପହଂଚିବା ବେଳକୁ ବେଲପାହାଡ଼ ଗଉରପଡ଼ା ପେଟ୍ରାଲ ପମ୍ପ ନିକଟରେ ଅଭିଯୁକ୍ତମାନେ ଗୋରୁ ବୋଝେଇ ସ୍କୋର୍ପିଓ ଗାଡ଼ିକୁ ଛାଡ଼ି ଫେରାର ହୋଇଯାଇଥିଲେ। ପୁଲିସ ଗୋରୁଙ୍କୁ ଉଦ୍ଧାର କରିବା ସହ ପ୍ରାଣୀ ଚିକିତ୍ସକଙ୍କୁ ଡକାଇ ଚିକିତ୍ସା କରାଇଥିବା ଜଣାପଡ଼ିଛି।