କ୍ରିକେଟରୁ ସନ୍ୟାସ ନେଲେ ଏବି ଡିଭିଲିୟର୍ସ

ନୂଆଦିଲ୍ଲୀ: ସାଉଥ ଆଫ୍ରିିକାର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ସବୁ ଫର୍ମାଟର କ୍ରିକେଟରୁ ଅବସର ନେଇଛନ୍ତି। ଫଳରେ ଡିଭିଲିୟର୍ସ ଆଇପିଏଲ ଭଳି ପ୍ରାଞ୍ଚାଇଜୀ କ୍ରିକେଟ ଲିଗରେ ମଧ୍ୟ ଆଉ ନଜର ଆସିବେନି। ୨୦୧୮ରେ ଡିଭିଲିୟର୍ସ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ଡିଭିଲିୟର୍ସ ଏକ ଭାବବିହ୍ୱଳ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।

ଡିଭିଲିୟର୍ସ ଲେଖିଛନ୍ତି ଯେ, ‘ମୋ ଯାତ୍ରା ସମ୍ପୂର୍ଣ୍ଣ ରୂପେ ଅତୁଳନୀୟ ଥିଲା। କିନ୍ତୁ ମୁଁ ଏବେ ସବୁ ଫର୍ମାଟର କ୍ରିକେଟରୁ ଅବସର ନେବା ପାଇଁ ସ୍ଥିର କରିଛି। ଘର ପଛପଟେ ନିଜ ବଡ଼ ଭାଇଙ୍କ ସହ ଖେଳିବାଠୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ କ୍ରିକେଟକୁ ମୁଁ ଖୁବ୍ ଅନୁଭବ କରିଛି। ଏବେ ୩୭ ବର୍ଷରେ ସେ ଉଦ୍ଦୀପନା ଆଉ ମୋ ଭିତରେ ନାହିଁ।’