ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷେ ହେବ ବିବାଦରେ ଘେରି ରହିଥିବା ୩ କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି। ଗୁରୁପର୍ବରେ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଇ କୃଷି ଆଇନ ପ୍ରତ୍ୟାହାର କରିବାକୁ ନେଇ ମୋଦୀ ଘୋଷଣା କରିଛନ୍ତି।
ଏହି ଅବସରରେ ମୋଦୀ କହିଛନ୍ତି ଯେ, ୫ ଦଶକର ନିଜ ସାର୍ବଜନିକ ଜୀବନରେ ମୁଁ କୃଷକଙ୍କ ସମସ୍ୟା ଓ ଦୁର୍ଦ୍ଦିନକୁ ଖୁବ୍ ନିକଟରୁ ଦେଖିଛି। ଛୋଟ କୃଷକଙ୍କୁ ଶକ୍ତିଶାଳୀ କରିବା ପାଇଁ ଆମେ ୩ ନୂଆ କୃଷି ଆଇନ ଆଣିଥିଲୁ। ପୂର୍ବରୁ ବି ଏନେଇ ଦାବି ହୋଇଥିଲା। ଏନେଇ ପୂର୍ବ ସରକାର ମଧ୍ୟ ବିଚାର ବିମର୍ଶ କରୁଥିଲେ। ଏଥର ମଧ୍ୟ ସଂସଦରେ ଚର୍ଚ୍ଚା କରାଯିବା ପରେ ଆଇନ ଅଣାଯାଇଥିଲା। ଦେଶର କୋଣ ଅନୁକୋଣରୁ କୋଟି କୋଟି କୃଷକ ଏହାକୁ ସ୍ୱାଗତ ଜଣାଇବା ସହ ସମର୍ଥନ ମଧ୍ୟ କରିଥିଲେ। ମୁଁ ଆଜ ସେହିି ସମସ୍ତଙ୍କଠାରେ ଆଭାର ବ୍ୟକ୍ତ କରୁଛି।