ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକର ୨୨ଟି ପଞ୍ଚାୟତରେ ଚଳିତ ବର୍ଷ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଫଳେର ଚାଷୀଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ୁଛି । ତେବେ ଆଜି ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତିଙ୍କ ନେତୃତ୍ୱେର ମୁଖ୍ୟମନ୍ତ୍ରୀଙ୍କ ସଇଁନ୍ତଳାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ସଇଁନ୍ତଳା ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ମରୁଡ଼ି ଘୋଷଣା କରିବା ପାଇଁ ତହସିଲଦାରଙ୍କ ଜରିଆରେ ଏକ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ସଇଁନ୍ତଳା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଓ କୃଷି ଋଣ ଛାଡ଼, ମରୁଡ଼ି ସହାୟତା ବାବଦକୁ ପ୍ରତି ହେକ୍ଟରକୁ ୬୨୦୦ ଟଙ୍କା, ଚାଷୀଙ୍କୁ କୃଷକ ଭତ୍ତା ଆକାରରେ ୫ ହଜାର ଟଙ୍କା ପ୍ରଦାନ କରାଯାଉ ଭଳି ଅନେକ ଦାବି କରାଯାଇଛି । ଏହି ସମୟରେ ନାରୀନେତ୍ରୀ କୁମାରୀ ଭୋଇ, ରାତ୍ର ରଣା ଓ ରିଚପାଳ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।