ବ୍ରାହ୍ମଣୀ ଗାଁ,ଏନ୍ଏନ୍ଏସ୍: ରବିବାର ସନ୍ଧ୍ୟାରେ ଦାରିଙ୍ଗବାଡି ଚାରିଛକ ନିକଟରେ ଥିବା ରିଲାଏନ୍ସ ଜିଓ ମୋବାଇଲ ଟାୱାରରେ ସଟ୍ ସର୍କିଟ ଯୋଗୁଁ ଜିଓ ଟାୱାରର ଡିଜି(ଜେନେରେଟର)ରେ ନିଆଁ ଲାଗିଯାଇଛି ନିଆଁର ପ୍ରକୋପ ଅଧିକ ହେବାରୁ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ନିଆଁ ଲାଗିବା ଫଳରେ ବର୍ତ୍ତମାନ ଦାରିଙ୍ଗବାଡ଼ିରେ ଜିଓ ସେବା ଅଚଳ ହୋଇଯାଇଛି। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକ ମାନଙ୍କ ଯୋଗଯୋଗ ପାଇଁ ସମସ୍ୟା ସୃଷ୍ଟି କରିଛି।